ଅଥ ସପ୍ତଶ୍ଳୋକୀ ଦୁର୍ଗା

Durga Saptashati Image

ଅଥ ସପ୍ତଶ୍ଳୋକୀ ଦୁର୍ଗା

ଶିବ ଉବାଚ—
ଦେବି ତୃ° ଭକ୍ତ ସୁଲ ଭେ ସର୍ବକାର୍ଯ୍ୟବିଧାୟିନୀ ।
କନୌ ହି କାର୍ଯ୍ୟସିଦ୍ଧାର୍ଥମୁପାୟଂ ବୃହି ଯତ୍କତଃ ॥

ଦେବ୍ୟୁବାଚ—
ଶୃଣୁ ଦେବ ପ୍ରବକ୍ଷ୍ୟାମି କଲୌ ସର୍ବେଷ୍ଟସାଧନମ୍ ।
ମୟା ତଥୈବ ସ୍ନେହେନାଟ୍ୟମ୍ବାସ୍ତୁତିଃ ପ୍ରକାଶ୍ୟତେ ||

ଓଁ ଅସ୍ୟ ଶ୍ରୀଦୁର୍ଗାସପ୍ତଶ୍ଳୋକୀସ୍ତୋତ୍ରମନ୍ତ୍ରସ୍ୟ ନାରାୟଣ ଋଷି, ଅନୁଷ୍ଟୁପ୍ ଛନ୍ଦୀ, ଶ୍ରୀମହାକାଳୀମହାଲକ୍ଷ୍ମୀମହାସରସ୍ଵମ୍ୟୋ ଦେବତଃ, ଶ୍ରୀଦୁର୍ଗାପ୍ରୀତ୍ୟର୍ଥ ସପ୍ତଶ୍ଳୋକୀ-ଦୁର୍ଗାପାଠେ ବିନିଯୋଗ ।

ଓଁ ଜ୍ଞାନିନାମପି ଚେତାସି ଦେବୀ ଭଗବତୀ ହି ସା।
ବଳାଦାକୃଷ୍ଯ ମୋହାୟ ମହାମାୟା ପ୍ରଯଚ୍ଛତି ॥ ୧ ॥

ଦୁର୍ଗେ ସୂତା ହରସି ଭୀତିମଶେଷଜନ୍ତୋ
ସ୍ଵଚ୍ଚୈଃ ସୂତା ମତିମତାବ ଶୁଭା ଦଦାସି ।
ଦାରି ଦ୍ର୍ୟଦୁଃଖଭୟହାରିଣି କା ତୃଦନ୍ୟା
ସର୍ବୋପକାରକରଣାୟ ସଦାର୍ଦ୍ଧଚିତ୍ତା |॥ ୨ ॥

ସର୍ବମଙ୍ଗଳମଙ୍ଗଲେ ଶିବେ ସର୍ବାର୍ଥସାକେ ।
ଶରଣେ ତ୍ର୍ଯୟକେ ଗୌରି ନାରାୟଣି ନମୋଽସ୍ତୁ ତେ || ୩ ॥

ଶରଣାଗତ ଦୀନାର୍ଉପରିତ୍ରାଣପରାୟଣେ ସର୍ବସ୍ୟାଉଁହରେ ଦେବି ନାରାୟଣି ନମୋସ୍ତୁ ତେ || ୪ ||

ସର୍ବସ୍ୱରୂପେ ସର୍ବେଶେ ସର୍ବଶକ୍ତି ସମନ୍ବିତେ ।
ଭୟେଭ୍ୟସ୍ତ୍ରାହି ନୋ ଦେବି ଦୁର୍ଗେ ଦେବି ନମୋଽସ୍ତୁ ତେ || ୫ ||

ରୋଗାନଶେଷାନପହସି ତୁଷ୍ଟା
ତାମାଶ୍ରିତାନା ନ ବିପନ୍ନରାଣା ରୁଷ୍ଟା ତୁ କାମାନ୍ ସକଳାନଭୀଷ୍ଟାତ୍ । ତ୍ରୈଲୋକ୍ୟସ୍ୟାଖିଳେଶ୍ବରି । ତାମାଶ୍ରିତା ହ୍ୟାଶ୍ରୟତା' ପ୍ରୟାନ୍ତ |॥ ୬ ॥

ସର୍ବାବାଧାପ୍ରଶମନ ଏବମେବ ତୂୟା କାର୍ଯ୍ୟମୟୂବୈରି ବିନାଶନମ୍ ॥ ୭ ॥

॥ ଇତି ଶ୍ରୀସପ୍ତଶ୍ଳୋକୀ ଦୁର୍ଗା ସମ୍ପୂଣ୍ଡା ॥

ଶିବ କହିଲେ—ହେ ଦେବି ! ତୁମେ ଭକ୍ତମାନଙ୍କ ପାଇଁ ସୁଲଭ ହୋଇଥାଅ ଏବଂ ସମସ୍ତ କର୍ମର ବିଧାନକାରିଣୀ ଅଟ | କଳିଯୁଗରେ କାମନାଗୁଡ଼ିକର ସିଦ୍ଧି ନିମନ୍ତେ ଯଦି କୌଣସି ଉପାୟ ଅଛି; ତେବେ ସେସବୁ ଆପଣା ବାଣୀଦ୍ବାରା ପୂର୍ଣରୂପେ ବ୍ୟକ୍ତ କର। ଦେବୀ କହିଲେ –ହେ ଦେବ ! ଆପଣଙ୍କର ମୋ ଉପରେ ବହୁତ ସ୍ନେହ ଅଛି। କଳିଯୁଗରେ ସମସ୍ତ କାମନାଗୁଡ଼ିକୁ ସିଦ୍ଧ କରିବା ପାଇଁ ଯେଉଁ ସାଧନ ଅଛି; ସେସବୁ ମୁଁ କହୁଛି; ଶ୍ରବଣ କରନ୍ତୁ | ତାହାର ନାମ ‘ଅମ୍ବାସ୍ତୁତି' । || ଓଁ ॥ ଏହି ଦୁର୍ଗା ସପ୍ତଶ୍ଳୋକୀ ସ୍ତୋତ୍ର ମନ୍ତ୍ରର ନାରାୟଣ ଋଷି, ଅନୁଷ୍ଟୁପ୍ ଛନ୍ଦ, ଶ୍ରୀମହାକାଳୀ, ମହାଲକ୍ଷ୍ମୀ ଏବଂ ମହାସରସ୍ବତୀ ଦେବତା ଅଟନ୍ତି | ଶ୍ରୀଦୁର୍ଗାଙ୍କୁ ପ୍ରସନ୍ନ କରିବା ନିମନ୍ତେ ସପ୍ତଶ୍ଳୋକୀ ଦୁର୍ଗାପାଠରେ ଏହାର ବିନିଯୋଗ କରାଯାଏ। ସେହି ଭଗବତୀ ମହାମାୟା ଦେବୀ ଜ୍ଞାନୀମାନଙ୍କର ଚିତ୍ତକୁ ମଧ୍ୟ ବଳପୂର୍ବକ ଆକର୍ଷଣ କରି ମୋହରେ ନିକ୍ଷେପ କରନ୍ତି |॥ ୧ ॥ ମା ଦୁର୍ଗେ ! ଆପଣଙ୍କୁ ସ୍ମରଣ କରିବା ମାତ୍ରକେ ଆପଣ ସମସ୍ତ ପ୍ରାଣୀଙ୍କର ଭୟ ହରଣ କରନ୍ତି ଏବଂ ସ୍ବସ୍ଥ ପୁରୁଷମାନେ ଚିନ୍ତନ କଲା ମାତ୍ରକେ ସେମାନଙ୍କୁ ପରମ କଲ୍ୟାଣମୟୀ ବୁଦ୍ଧି ପ୍ରଦାନ, କରନ୍ତି I ହେ ଦୁଃଖ, ଦରିଦ୍ରତା ଏବଂ ଭୟକୁ ହରଣ କରୁଥିବା ଦେବି ! ଆପଣଙ୍କ ବ୍ୟତୀତ ଆଉ କିଏ ବା ଅଛନ୍ତି; ଯାହାଙ୍କର ଚିତ୍ତ ସମସ୍ତଜ୍ଞର ଉପକାର କରିବା ନିମନ୍ତେ ସର୍ବଦା ଦୟାର୍ଦ୍ର 6 || 9 || ହେ ନାରାୟଣି ! ତୁମେ ସମସ୍ତ ପ୍ରକାରର ମଙ୍ଗଳପ୍ରଦାନକାରିଣୀ ମଙ୍ଗଳମୟୀ ଅଟ I କଲ୍ୟାଣଦାୟିନା ଶିବା ଅଟ। ସମସ୍ତ ପୁରୁଷାର୍ଥର ସିଦ୍ଧକାରିଣୀ ଶରଣାଗତ-ବତ୍ସଳା, ତ୍ରିନେତ୍ରଯୁକ୍ତା ଏବଂ ଗୌରୀ ଅଟ । ତୁମ୍ଭଙ୍କୁ ନମସ୍କାର କରୁଛି || ୩ || ଶରଣରେ ଆସିଥିବା ଦୁଃଖୀ ଏବଂ ପୀଡ଼ିତମାନଙ୍କୁ ରକ୍ଷା କରିବାରେ ସଂଲଗ୍ନ ରହିଥ‌ିବା ଏବଂ ସମସ୍ତଙ୍କ ପୀଡ଼ା ଦୂର କରୁଥିବା ହେ ନାରାୟଣୀ ଦେବି ! ତୁମ୍ଭଙ୍କୁ ନମସ୍କାର କରୁଛି || ୪ || ସର୍ବସୁରୂପା, ସର୍ବେଶ୍ବରୀ ତଥା ସମସ୍ତପ୍ରକାରର ଶକ୍ତିସମ୍ପନ୍ନା ଦିବ୍ୟରୂପା ହେ ? ଦୁର୍ଗାଦେବି ! ସମସ୍ତ ଭୟରୁ ଆମ୍ଭଙ୍କୁ ରକ୍ଷା କର | ତୁମ୍ଭଙ୍କୁ ନମସ୍କାର କରୁଛି ॥ ୫ ॥ ହେ ଦେବି ! ତୁମେ ପ୍ରସନ୍ନ ହେବାମାତ୍ରକେ ସମସ୍ତ ରୋଗକୁ ନଷ୍ଟ କରିଦିଅ ଏବଂ କୁପିତ ହେଲେ ମନୋବାଞ୍ଛିତ ସମସ୍ତ କାମନା ବିନାଶ କରିଦିଅ |ଯେଉଁ ଲୋକ ତୁମର ଶରଣାଗତ ହୁଅନ୍ତି; ସେମାନଙ୍କ ଉପରେ ବିପଦ ଆଦୌ ଆସେ ନାହିଁ | ତୁମ୍ଭର ଶରଣାଗତ ମନୁଷ୍ୟ ଅନ୍ୟମାନଙ୍କୁ ମଧ୍ୟ ଶରଣ ପ୍ରଦାନ କରିପାରେ || ୬ || ହେ ସର୍ବେଶ୍ବରି ! ତୁମ୍ଭେ ଏହିପ୍ରକାରେ ତ୍ରିଲୋକର ସମସ୍ତ ପ୍ରତିର୍ବନ୍ଧକକୁ ଶାନ୍ତ କର ଏବଂ ଆମ ଶତ୍ରୁମାନଙ୍କୁ ବିନାଶ କର || ୭ ||

॥ ଶ୍ରୀସପ୍ତଶ୍ଳୋକୀ ଦୁର୍ଗା ସମ୍ପୂର୍ଣ୍ଣ ॥

ଶ୍ରୀଦୁର୍ଗାଷ୍ଟୋତ୍ତରଶତନାମସ୍ତୋତ୍ରମ୍

Durga Saptashati Image

॥ ଶ୍ରୀଦୁର୍ଗାୟୈ ନମଃ ॥

ଶ୍ରୀଦୁର୍ଗାଷ୍ଟୋତ୍ତରଶତନାମସ୍ତୋତ୍ରମ୍

ଈଶ୍ବର ଉବାଚ ଶତନାମ ପ୍ରବକ୍ଷ୍ୟାମି ଶୃଣୁଷ୍ କମଳାନନେ । ଯସ୍ଯ ପ୍ରସାଦମାତ୍ରେଣ ଦୁର୍ଗା ପ୍ରୀତା ଭବେତ୍ ସତୀ || ୧ || ଓଁ ସତୀ ସାଧ୍ନୀ ଭବପ୍ରୀତା ଭବାନୀ ଭବମୋଚନୀ । ଆର୍ଯ୍ୟା ଦୁର୍ଗା ଜୟା ଗୃଦ୍ୟା ତ୍ରିନେତ୍ରା ଶୂଳଧାରିଣୀ || ୨ || ପିନାକଧାରିଣୀ ଚିତ୍ରା ଚଣ୍ଡଘଣ୍ଟା ମହାତପଃ । ମନୋ ବୁଦ୍ଧିରହକାରା ଚିତ୍ତରୂପା ଚିତା ଚିତିଃ ॥ ୩ ॥ ସର୍ବମନ୍ତ୍ରମୟୀ ସତ୍ତା ସତ୍ୟାନନ୍ଦସ୍ବରୂପିଣୀ । ଅନନ୍ତା ଭାବିନୀ ଭାବ୍ୟା ଭବ୍ୟାଭବ୍ୟା ସଦାଗତିଃ ॥ ୪ || ଶାମ୍ଭବୀ ଦେବମାତା ଚ ଚିନ୍ତା ରତ୍ନପ୍ରିୟା ସଦା । ସର୍ବବିଦ୍ଯା ଦକ୍ଷକନ୍ଯା ଦକ୍ଷଯଜ୍ଞବିନାଶିନୀ || ୫ || ଅପର୍ଣ୍ଣାନେକବର୍ଣ୍ଣା ଚ ପାଟଳା ପାଟଳାବତୀ । ପଟ୍ଟାମ୍ବର ପରୀଧାନା କଳମଞ୍ଜୀରରଞ୍ଜିନୀ ॥ ୬ ॥ ଅମେୟବିକ୍ରମା କ୍ରୂରା ସୁନ୍ଦରୀ ସୁରସୁନ୍ଦରୀ। ବନଦୁର୍ଗା ଚ ମାତଙ୍ଗୀ ମତଙ୍ଗମୁନିପୂଜିତା || ୭ || ବ୍ରାହ୍ମୀ ମାହେଶ୍ଵରୀ ଚୈନ୍ଦ୍ରୀ କୌମାରୀ ବୈଷ୍ଣବୀ ତଥା । ଗୁମୁଣ୍ଡା ଚୈବ ବାରାହୀ ଲକ୍ଷ୍ମୀଶ୍ଚ ପୁରୁଷାକୃତିଃ ॥ ୮॥ ବିମଳୋତ୍କର୍ଷିଣା ଜ୍ଞାନା କ୍ରିୟା ନିତ୍ୟା ଚ ବୁଦ୍ଧିଦା । ବହୁଳା ବହୁଳପ୍ରେମା ସର୍ବବାହନବାହନା ॥ ୯ ॥ ନିଶୁମ୍ଭଶୁମ୍ଭହନନୀ ମହିଷାସୁରମର୍ଦିନୀ । ମଧୁକୈଟଭହନ୍ତ୍ରୀ ଚ ଚଣ୍ଡମୁଣ୍ଡବିନାଶିନୀ ॥ ୧୦|| ସର୍ବାସୁର ବିନାଶା ଚ ସର୍ବଦାନବଘାତିନୀ। ସର୍ବଶାସ୍ତ୍ରମୟୀ ସତ୍ୟା ସର୍ବାସ୍ତ୍ରଧାରିଣୀ ତଥା ॥ ୧୧ ଅନେକଶସ୍ତ୍ରହସ୍ତା ଚ ଅନେକାସ୍ତ୍ରସ୍ୟ ଧାରିଣୀ । କୁମାରୀ ଚୈକକନ୍ୟା ଚ କୈଶୋରୀ ଯୁବତୀ ଯତିଃ ॥ ୧୨ || ଅପ୍ରୌଢା ଚୈବ ପ୍ରୌଢା ଚ ବୃଦ୍ଧମାତା ବଳପ୍ରଦା । ମହୋଦରୀ ମୁକ୍ତ କେଶୀ ଘୋରରୂପା ମହାବଳା ॥ ୧୩ ॥ ଅଗ୍ନିଜ୍ଵାଳା ରୌଦ୍ରମୁଖୀ କାଳରାତ୍ରିସ୍ତପସ୍ବିନୀ । ନାରାୟଣୀ ଭଦ୍ରକାଳୀ ବିଷ୍ଣୁ ମାୟା ଜଳୋଦରୀ ॥ ୧୪ || ଶିବଦୂତୀ କରାଳୀ ଚ ଅନନ୍ତା ପରମେଶ୍ୱରୀ। କାତ୍ୟାୟନୀ ଚ ସାବିତ୍ରୀ ପ୍ରତ୍ୟକ୍ଷା ବ୍ରହ୍ମବାଦିନୀ ॥ ୧୫ ॥ ଯ ଇଦ° ପ୍ରପଠେନ୍ନିତ୍ୟ ଦୁର୍ଗାନାମଶତାଷ୍ଟକମ୍ । ନାସାଧ୍ୟ° ବିଦ୍ୟତେ ଦେବି ତ୍ରିଷ୍ଣୁ ଲୋକେଷୁ ପାର୍ବତି ॥ ୧୬ || ଧନ ଧାନ୍ୟ ସୁତଂ ଜାୟା° ହୟ ହସ୍ତିନମେବ ଚ। ଚତୁର୍ବର୍ଗ ତଥା ଗୃନ୍ତେ ଲ ଭେନ୍‌ମୁକ୍ତି ଞ୍ଚ ଶାଶ୍ୱତାମ୍ ॥ ୧୭ ॥ କୁମାରୀ° ପୂଜୟିତ୍ସା ତୁ ଧ୍ୟାତ୍ମା ଦେବୀ ସୁରେଶ୍ବରୀମ୍ । ପୂଜୟେତ୍ ପରୟା ଭକ୍ତା ପଠେନ୍ନାମଶତାଷ୍ଟକମ୍ ॥ ୧୮ ॥ ତସ୍ୟ ସିଦ୍ଧିର୍ଭବେଦ୍ ଦେବି ସଚ୍ଚୈଃ ସୁରବରୈରପି । ରାଜାନୋ ଦାସତା ଯାନ୍ତି ରାଜ୍ୟଶ୍ରିୟମବାପୁୟାତ୍ ॥ ୧୯ ॥ ଗୋରୋଚନାଲ କ୍ତ କକୁଙ୍କୁମେନ ସିନ୍ଦୂରକର୍ପୂର ମଧୁତ୍ରୟେଣ ବିଲି ଖ୍ଯ ଯନ୍ତ୍ର ବିଧ୍ବନା ବିଜ୍ଞା ଭବେତ୍ ସଦା ଧାରୟତେ ପୁରାରଃ || ୨୦ || ଭୌମାବାସ୍ୟାନିଶାମଗ୍ରେ ଚନ୍ଦ୍ର ଶତଭିଷା ଗତେ । ବିଲିଖ୍ୟ ପ୍ରପଠେତ୍ ସ୍ତୋତ୍ର ସ ଭବେତ୍ ସମ୍ପଦା ପଦମ୍ || ୨୧ ||

ଇତି ଶ୍ରୀବିଶ୍ଵସାରତନ୍ମେ ଦୁର୍ଗାଷ୍ଟୋତ୍ତରଶତନାମସ୍ତୋତ୍ର ସମାପ୍ତମ୍।

ମହାଦେବ ଶଙ୍କର ଦେବୀପାର୍ବତୀଙ୍କୁ କହିଲେ—ହେ କମଳାନନେ ! ବର୍ତ୍ତମାନ ମୁଁ ଅଷ୍ଟୋତ୍ତରଶତନାମକୁ ବର୍ଣ୍ଣନା କରୁଛି। ଯାହାର ପ୍ରସାଦ(ପାଠ ବା ଶ୍ରବଣ) ମାତ୍ରକେ ପରମ ସାଧୀ ଭଗବତୀ ଦୁର୍ଗା ପ୍ରସନ୍ନ ହୋଇ ଯାଆନ୍ତି; ତାହା ଶୁଣ || ୧ || ୧ ଓଁ ସତୀ, ୨ ସାଧୀ, ୩ ଭବପ୍ରୀତା (ଭଗବାନ୍‌ ଶଙ୍କରଙ୍କ ଉପରେ ପ୍ରୀତି ରଖୁଥୁବା), ୪ ଭବାନୀ, ୫ ଭବମୋଚନୀ (ସଂସାରବନ୍ଧନରୁ ମୁକ୍ତ କରୁଥୁବା), ୬ ଆର୍ଯ୍ୟା, ୭ ଦୁର୍ଗା, ୮ ଜୟା, ୯ ଆଦ୍ୟା, ୧୦ ତ୍ରିନେତ୍ରା, ୧୧ ଶୂଳଧାରିଣୀ, ୧୨ ପିନାକଧାରିଣୀ, ୧୩ ଚିତ୍ରା, ୧୪ ଚଣ୍ଡଘଣ୍ଟା (ପ୍ରଚଣ୍ଡ ସ୍ବରରେ ଘଣ୍ଟାନାଦ କରୁଥିବା), ୧୫ ମହାତପଃ (ଅଧୂକ ତପସ୍ୟା କରୁଥିବା), ୧୬ ମନ (ମନନଶକ୍ତି), ୧୭ ବୁଦ୍ଧି (ବୋଧଶକ୍ତି) ୧୮ ଅହଙ୍କାରା (ଅହଂତ୍ଵର ଆଶ୍ରୟ), ୧୯ ଚିତ୍ତରୂପା, ୨୦ ଚିତା, ୨୧ ଚିତିଃ (ଚେତନା), ୨୨ ସର୍ବମନ୍ତ୍ରମୟୀ, ୨୩ ସତ୍ତା (ସତ୍‌ସ୍ଵରୂପା), ୨୪ ସତ୍ୟାନନ୍ଦସ୍ଵରୂପିଣୀ, ୨୫ ଅନନ୍ତା (ଯାହାଙ୍କ ସ୍ଵରୂପର କୌଣସି ଅନ୍ତ ନାହିଁ), ୨୬ ଭାବିନୀ (ସମସ୍ତଙ୍କୁ ଉତ୍ପନ୍ନ କରୁଥିବା), ୨୭ ଭାବ୍ୟା (ଭାବନା ଏବଂ ଧ୍ୟାନ କରିବାଯୋଗ୍ୟ), ୨୮ ଭବ୍ୟା (କଲ୍ୟାଣରୂପା), ୨୯ ଅଭବ୍ୟା (ଯାହାଙ୍କଠାରୁ ବଳି ଭବ୍ୟ କିଏ ନାହିଁ), ୩୦ ସଦାଗତି, ୩୧ ଶାମ୍ଭବୀ (ଶିବପ୍ରିୟା), ୩୨ ଦେବମାତା, ୩୩ ଚିନ୍ତା, ୩୪ ରତ୍ନପ୍ରିୟା, ୩୫ ସର୍ବବିଦ୍ୟା, ୩୬ ଦକ୍ଷକନ୍ୟା, ୩୭ ଦକ୍ଷଯଜ୍ଞବିନାଶିନୀ, ୩୮ ଅପର୍ଣା (ତପସ୍ୟାସମୟରେ ପତ୍ରକୁ ମଧ୍ୟ ଖାଉ ନ ଥୁବା), ୩୯ ଅନେକବର୍ଣ୍ଣା (ଅନେକରଙ୍ଗଯୁକ୍ତା), ୪୦ ପାଟଳା (ଲାଲରଙ୍ଗଯୁକ୍ତା), ୪୧ ପାଟଳାବତୀ (ଗୋଲାପପୁଷ୍ପ ବା ରକ୍ତପୁଷ୍ପ ଧାରଣ କରୁଥିବା), ୪୨ ପଟ୍ଟାମ୍ବରପରୀଧାନା (ରେଶମବସ୍ତ୍ର ପରିଧାନ କରିଥିବା), ୪୩ କଳମଞ୍ଜୀରରଞ୍ଜିନୀ (ମଧୁର ଧ୍ଵନି କରୁଥିବା ମଞ୍ଜୀରକୁ ଧାରଣ କରି ପ୍ରସଳ୍କ ରହୁଥ‌ିବା), ୪୪ ଅମେୟବିକ୍ରମା (ଅସୀମ ପରାକ୍ରମଶାଳିନୀ), ୪୫ କ୍ରୂରା (ଦୈତ୍ୟମାନଙ୍କ ପ୍ରତି କଠୋର), ୪୬ ସୁନ୍ଦରୀ, ୪୭ ସୁରସୁନ୍ଦରୀ, ୪୮ ବନଦୁର୍ଗା, ୪୯ ମାତଙ୍ଗୀ, ୫୦ ମତଙ୍ଗମୁନିପୂଜିତା, ୫୧ ବ୍ରାହ୍ମୀ, ୫୨ ମାହେଶ୍ଵରୀ, ୫୩ ଐନ୍ଦ୍ରୀ, ୫୪ କୌମାରୀ, ୫୫ ବୈଷ୍ଣବୀ, ୫୬ ଘୁମୁଣ୍ଡା, ୫୭ ବାରାହୀ, ୫୮ ଲକ୍ଷ୍ମୀ, ୫୯ ପୁରୁଷାକୃତି, ୬୦ ବିମଳା, ୬୧ ଉତ୍କର୍ଷିଣୀ, ୬୨ ଜ୍ଞାନା, ୬୩ କ୍ରିୟା, ୬୪ ନିତ୍ୟା, ୬୫ ବୁଦ୍ଧିଦା, ୬୬ ବହୁଳା, ୬୭ ବହୁଳପ୍ରେମା, ୬୮ ସର୍ବବାହନବାହନା, ୬୯ ନିଶୁମ୍ଭଶୁମହନନୀ, ୭୦ ମହିଷାସୁରମର୍ଦିନୀ, ୭୧ ମଧୁକୈଟଭହନ୍ତ୍ରୀ, ୭୨ ଚଣ୍ଡମୁଣ୍ଡବିନାଶିନୀ, ୭୩ ସର୍ବାସୁରବିନାଶା, ୭୪ ସର୍ବଦାନବଘାତିନୀ, ୭୫ ସର୍ବଶାସ୍ତ୍ରମୟୀ, ୭୬ ସତ୍ୟା, ୭୭ ସର୍ବାସ୍ତ୍ରଧାରିଣୀ, ୭୮ ଅନେକଶସ୍ତ୍ରହସ୍ତା, ୭୯ ଅନେକାସଧାରିଣୀ, ୮୦ କୁମାରୀ, ୮୧ ଏକକନ୍ୟା, ୮୨ କୈଶୋରୀ, ୮୩ ଯୁବତୀ, ୮୪ ଯତିଃ, ୮୫ ଅପ୍ରୌଢା, ୮୬ ପ୍ରୌଢା, ୮୭ ବୃଦ୍ଧମାତା, ୮୮ ବଳପ୍ରଦା, ୮୯ ମହୋଦରୀ, ୯୦ ମୁକ୍ତକେଶୀ, ୯୧ ଘୋରରୂପା, ୯୨ ମହାବଳା, ୯୩ ଅଗ୍ନିଜ୍ଵାଳା, ୯୪ ରୌଦ୍ରମୁଖୀ, ୯୫ କାଳରାତ୍ରି, ୯୬ ତପସ୍ବିନୀ, ୯୭ ନାରାୟଣୀ, ୯୮ ଭଦ୍ରକାଳୀ, ୯୯ ବିଷ୍ଣୁମାୟା, ୧୦୦ ଜଳୋଦରୀ, ୧୦୧ ଶିବଦୂତୀ, ୧୦୨ କରାଳୀ, ୧୦୩ ଅନନ୍ତା (ବିନାଶରହିତା), ୧୦୪ ପରମେଶ୍ବରୀ, ୧୦୫ କାତ୍ୟାୟନୀ, ୧୦୬ ସାବିତ୍ରୀ, ୧୦୭ ପ୍ରତ୍ୟକ୍ଷା, ୧୦୮ ବ୍ରହ୍ମବାଦିନୀ || ୨–୧୫ ॥ ହେ ଦେବୀ ପାର୍ବତୀ। ଯେଉଁ ବ୍ୟକ୍ତି ପ୍ରତିଦିନ ଦୁର୍ଗାଦେବୀଙ୍କ ଏହି ଅଷ୍ଟୋତ୍ତରଶତ ନାମକୁ ପାଠ କରେ; ତାହାପାଇଁ ଏହି ତିନିଲୋକରେ କୌଣସି କାର୍ଯ୍ୟ ଅସାଧ୍ୟ ରହେ ନାହିଁ || ୧୬ || ସେ ଧନ, ଧାନ୍ୟ, ପୁତ୍ର, ସ୍ତ୍ରୀ, ଅଶ୍ବ, ହସ୍ତୀ, ଧର୍ମ ଆଦି ଘୁରି ପୁରୁଷାର୍ଥ ତଥା ଶେଷରେ ସନାତନ ମୁକ୍ତିକୁ ପ୍ରାପ୍ତ ହୁଏ ॥ ୧୭ ॥ କୁମାରୀଙ୍କ ପୂଜନ ଏବଂ ଦେବୀ ସୁରେଶ୍ବରୀଙ୍କୁ ଧ୍ୟାନ କରି ପରାଭକ୍ତି ସହିତ ତାଙ୍କର ପୂଜା କରିବା ଉଚିତ। ତା'ପରେ ଅଷ୍ଟୋତ୍ତରଶତନାମକୁ ପାଠ କରିବା ଉଚିତ || ୧୮ || ହେ ଦେବି ! ଯିଏ ଏପରି କରେ; ତାହାକୁ ସମସ୍ତ ଶ୍ରେଷ୍ଠ ଦେବତାମାନଙ୍କଠାରୁ ସିଦ୍ଧି ପ୍ରାପ୍ତ ହୁଏ | ରାଜା ମଧ୍ୟ ତାହାର ଦାସ ହୋଇଯାଆନ୍ତି । ସେ ରାଜ୍ୟଲକ୍ଷ୍ମୀଙ୍କୁ ପ୍ରାପ୍ତ କରେ | ୧୯ || ଗୋରଚନା, ଲାକ୍ଷା, କୁଙ୍କୁମ, ସିନ୍ଦୂର, କର୍ପୂର, ଘୃତ (ଅଥବା ଦୁଧ), ଚିନି ଏବଂ ମଧୁ (ମହୁ) —ଏହି ପଦାର୍ଥଗୁଡ଼ିକୁ ଏକତ୍ର କରି, ଏହାଦ୍ବାରା ବିଧାପୂର୍ବକ ଯନ୍ତ୍ର ଲେଖି ଯେଉଁ ବିଜ୍ଞ ପୁରୁଷ ସର୍ବଦା ସେହି ଯନ୍ତ୍ରକୁ ଧାରଣ କରେ; ସେ ଶିବଙ୍କ ତୁଲ୍ୟ (ମୋକ୍ଷରୂପ) ହୋଇଯାଏ || ୨୦ || ଭୌମବତୀ ଅମାବସ୍ୟାର ଅର୍ଦ୍ଧରାତ୍ରିରେ ଯେତେବେଳେ ଚନ୍ଦ୍ରମା ଶତଭିଷା ନକ୍ଷତ୍ର ଉପରେ ଅବସ୍ଥାନ କରିଥ‌ିବେ; ସେହିସମୟରେ ଏହି ସ୍ତୋତ୍ରକୁ ଲେଖି ଯିଏ ଏହାକୁ ପାଠ କରେ; ସେ ସମ୍ପତ୍ତାଶାଳୀ ହୁଏ | ୨୧ ||.

<\div>